RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

RbiAnnouncementWeb

RBI Announcements
RBI Announcements

FAQ DetailPage Breadcrumb

RbiFaqsSearchFilter

Content Type:

Category Facet

category

Custom Facet

ddm__keyword__26256231__FaqDetailPage2Title_en_US

Search Results

ବେସିକ୍ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ୍ ଏକାଉଣ୍ଟ (ବିଏସବିଡିଏ)

ଅଗଷ୍ଟ 10, 2012 ଦିନାଙ୍କିତ ପରିପତ୍ର ଡିବିଡିଓ. ସଂ.ଏଲଇଜି. ବିସି. 35 / 09.07.005 / 20012-13 ରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋଲା ଯାଇଥିବା ଏବଂ ନଭେମ୍ବର 11, 2005 ଦିନାଙ୍କିତ ପରିପତ୍ର ଡିବିଡିଓ. ସଂ.ଏଲଇଜି. ବିସି. 44 / 09.07.005 / 2005-06 ନିର୍ଦ୍ଦେଶାବଳୀ ଅନୁଯାୟୀ ବିଏସବିଡିଏ ରେ ରୂପାନ୍ତରିତ କରାଯାଇଥିବା ବିଦ୍ୟମାନ ସମସ୍ତ ‘ନୋ-ଫ୍ରିଲ୍ସ’ ଖାତା ଗୁଡ଼ିକୁ ଏବଂ ତତସହିତ କଥିତ ପରିପତ୍ର ଅଧୀନରେ ଖୋଲାଯାଇଥିବା ନୂତନ ଖାତାଗୁଡ଼ିକୁ ବିଏସବିଡିଏ ଭାବରେ ଗ୍ରହଣ କରାଯିବା ଉଚିତ । କେବଳ ବିଏସବିଡିଏ ଗ୍ରାହକଙ୍କ ପାଇଁ ଉଦ୍ଧିଷ୍ଟ ମୂଲ୍ୟଯୁକ୍ତ ସେବା ପାଇଁ ଯୁକ୍ତିଯୁକ୍ତ ମୂଲ୍ୟ ସଂରଚନା ଅଧୀନରେ ଅତିରିକ୍ତ ସୁବିଧା ଉପଭୋଗ କରୁଥିବା ଖାତାଗୁଡିକ, ବିଏସବିଡିଏ ହିସାବରେ ଗ୍ରହଣ କରାଯିବା ଅନୁଚିତ ।

ଆଜ୍ଞା ନୁହେଁ । ନଭେମ୍ବର 11, 2005 ଦିନାଙ୍କିତ ପରିପତ୍ର ଡିବିଓଡି. ସଂଖ୍ୟା.ଏଲଇଜି.ବିସି. 44 / 09.07.005 / 2005-06 ରେ ନିହିତ ନିର୍ଦ୍ଦେଶଗୁଡ଼ିକର ଅଧିକ୍ରମଣରେ ନୋ ଫ୍ରିଲ ଖାତା କ୍ଷେତ୍ରରେ, ଅଗଷ୍ଟ 10, 2012 ଦିନାଙ୍କିତ ଡିବିଓଡି. ସଂଖ୍ୟା.ଏଲଇଜି. ବିସି.. 35/09.07.005/20012-13 ଅନୁଯାୟୀ, ବ୍ୟାଙ୍କଗୁଡିକ ବର୍ତ୍ତମାନ ସେମାନଙ୍କର ସମସ୍ତ ଗ୍ରାହକଙ୍କୁ, 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି, ଯାହା ଏଥିରେ ଉଲ୍ଲେଖିତ ସର୍ବନିମ୍ନ ସାଧାରଣ ସୁବିଧା ପ୍ରଦାନ କରିବ । ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଦ୍ୟମାନ ଥିବା 'ନୋ-ଫ୍ରିଲ୍ସ' ଆକାଉଣ୍ଟକୁ 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତାରେ ପରିବର୍ତ୍ତନ କରିବା ଆବଶ୍ୟକ ।

ଆଜ୍ଞା ନୁହେଁ, ଜଣେ ବ୍ୟକ୍ତି ଏକ ବ୍ୟାଙ୍କରେ କେବଳ ଗୋଟିଏ ମାତ୍ର 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ରଖିବା ପାଇଁ ଯୋଗ୍ୟ ଅଟନ୍ତି ।
'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ଧାରକ ସେହି ବ୍ୟାଙ୍କରେ ଅନ୍ୟ ଏକ ସଞ୍ଚୟ ଖାତା ଖୋଲିବା ପାଇଁ ଯୋଗ୍ୟ ନୁହଁନ୍ତି । ଯଦି ଗ୍ରାହକଙ୍କର ସେହି ସମାନ ବ୍ୟାଙ୍କରେ ଆଉ ଅନ୍ୟ ଏକ ସଞ୍ଚୟ ଖାତା' ଅଛି, ତେବେ ତାଙ୍କୁ 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ଖୋଲିବାର 30 ଦିନ ମଧ୍ୟରେ ସେଇ ଖାତାକୁ ବନ୍ଦ କରିବାକୁ ପଡିବ ।
ଆଜ୍ଞା ହଁ, ବ୍ୟକ୍ତି ଯେଉଁଠାରେ ତାଙ୍କର 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ଅଛି ସେହି ବ୍ୟାଙ୍କରେ ଅବଧୀ / ସ୍ଥାୟୀ ଜମା/ ପୌନଃପୁନିକ ଜମା ଇତ୍ୟାଦି ଖାତା ରଖିପାରିବେ ।
ଆଜ୍ଞା ନା, 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା'କୁ, ଶାଖାଗୁଡିକ ମାଧ୍ୟମରେ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ଏକ ସାଧାରଣ ବ୍ୟାଙ୍କିଙ୍ଗ ସେବା ଭାବରେ ବିବେଚନା କରାଯିବା ଉଚିତ ।
ଆଜ୍ଞା ନା, ବିଏସବିଡିଏ ଖୋଲିବା ପାଇଁ ବ୍ୟକ୍ତିବିଶେଷଙ୍କର ବୟସ ଏବଂ ଆୟ ମାନଦଣ୍ଡ ଭଳି ପ୍ରତିବନ୍ଧକ ନ ଲଗାଇବାକୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି ।

'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା'ର ପ୍ରବର୍ତ୍ତନ କରିବାର ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଏହାର ଆର୍ଥିକ ଅନ୍ତର୍ଭୂକ୍ତିକରଣ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ରିଜର୍ଭ ବ୍ୟାଙ୍କର ପ୍ରୟାସର ଏକ ଅଂଶ ଅଟେ । ଡିବିଓଡି ପରିପତ୍ର ତାରିଖ/ଡିବିଓଡି. ସଂ. .ଏଲଇଜି .ବିସି. 44/09.07.005/2005-06, ତାରିଖ 11 ନଭେମ୍ବର 2005 ଅନୁସାରେ ପୂବର୍ରୁ ଖୋଲା ଯାଇଥିବା ସମସ୍ତ 'ନୋ-ଫ୍ରିଲ' ଖାତା ଆମ୍ଭ ପରିପତ୍ର ଡିବିଓଡି. ସଂ. .ଏଲଇଜି .ବିସି. 35/09.07.005/2012-13 ତାରିଖ 10 ଅଗଷ୍ଟ 2012 ଦ୍ଵିତୀୟ ଅନୁଚ୍ଛେଦରେ ଥିବା ନିର୍ଦ୍ଦେଶାବଳୀ ଅନୁସାରେ, ବିଏସବିଡିଏ ଭାବରେ ନାମ ପରିବର୍ତ୍ତନ ହେବ ଏବଂ 10 ଅଗଷ୍ଟ 2012 ଦିନାଙ୍କିତ ଆମ୍ଭ ସର୍କୁଲାର ଡିବିଓଡି. ନଂ.ଲିଗ.ବିସି. 35, ଜାରି ହେବା ପରଠାରୁ ଖୋଲା ଯାଇଥିବା ସମସ୍ତ ନୂତନ ଖାତା ଆରପିସିଡି,ସିଓ ରେ ବ୍ୟାଙ୍କମାନଙ୍କ ଦ୍ବାରା ଦାଖଲ ହୋଇଥିବା ମାସିକ ଆର୍ଥିକ ଅନ୍ତର୍ଭୁକ୍ତ ଯୋଜନା ପ୍ରଗତି ରିପୋର୍ଟରେ ଦର୍ଶାଯିବା ଆବଶ୍ୟକ ।

'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ପିଏମଏଲ ଅଧିନିୟମ ଏବଂ ନିୟମାବଳୀ ଅନୁଯାୟୀ ହେବ ଏବଂ ସେଗୁଡିକ ଉପରେ ବ୍ୟାଙ୍କ ଖାତା ଖୋଲିବା ପାଇଁ 'ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ' (କେୱାଇସି) / ଧନ ଶୋଧନ ନିବାରଣ ବା ଆଣ୍ଟି-ମନି ଲଣ୍ଡରିଂ (ଏଏମଏଲ) ଉପରେ ରିଜର୍ଭ ବ୍ୟାଙ୍କ ଦ୍ଵାରା ସମୟ ସମୟରେ ଜାରି କରା ଯାଉଥିବା ନିର୍ଦ୍ଦେଶାବଳୀ ଲାଗୁ ହେବ । ସରଳୀକୃତ କେୱାଇସି ମାନଦଣ୍ଡ ସହ ମଧ୍ୟ ବିଏସବିଡିଏ ଖୋଲାଯାଇପାରିବ । ଯଦି ସରଳୀକୃତ କେୱାଇସି ଆଧାରରେ ବିଏସବିଡିଏ ଖୋଲାଯାଏ, ତେବେ ଏହି ଖାତାଗୁଡ଼ିକୁ ଅତିରିକ୍ତ ଭାବରେ 'ବିଏସବିଡିଏ - ସ୍ମଲ ଆକାଉଣ୍ଟ' ଭାବରେ ପରିଗଣିତ ହେବ ଏବଂ ଏହା ଉପରେ ଏପରି ଖାତା ପାଇଁ ନିର୍ଦ୍ଧିଷ୍ଟ କରାଯାଇଥିବା ଜୁଲାଇ 2, 2012 ଦିନାଙ୍କିତ ଆମର ମାଷ୍ଟର ପରିପତ୍ର ଡିବିଓଡି. ଏଏମଏଲ. ବିସି. ସଂ. 11/14.01.001/2012- ର ଅନୁଚ୍ଛେଦ 2.7 ରେ ଧାର୍ଯ୍ୟ କରାଯାଇଥିବା ସର୍ତ୍ତଗୁଡିକ ପ୍ରୟୋଗ ହେବ |

ଆଜ୍ଞା ନା, ବିଏସବିଡିଏ ଗ୍ରାହକ ସେଇ ସମାନ ବ୍ୟାଙ୍କରେ ଅନ୍ୟ କୌଣସି ସଞ୍ଚୟ ବ୍ୟାଙ୍କ ଖାତା ରଖିପାରିବେ ନାହିଁ | ଯଦି ସରଳୀକୃତ କେୱାଇସି ମାନଦଣ୍ଡ ଆଧାରରେ 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ଖୋଲାଯାଏ, ତେବେ ଏହି ଆକାଉଣ୍ଟକୁ ଅତିରିକ୍ତ ଭାବରେ ଏକ 'ସ୍ମଲ ବା ଛୋଟ ଆକାଉଣ୍ଟ୍' ଭାବରେ ବିବେଚନା କରାଯିବ ଏବଂ ଏହିପରି ଖାତାଗୁଡିକ ପାଇଁ ଧାର୍ଯ୍ୟ ସର୍ତ୍ତଗୁଡିକ ଲାଗୁ ହେବ ଯାହା "ନିଜର ଗ୍ରାହକଙ୍କୁ ଜାଣନ୍ତୁ/ ଏଏମେଏଲ ମାନକ / ଆତଙ୍କବାଦକୁ ଆର୍ଥିକ ସହାୟତା ପ୍ରତିରୋଧ/ ପିଏମଏଲ 2002 ଅନ୍ତର୍ଗତ ବ୍ୟାଙ୍କର ଦାୟିତ୍ତ୍ଵ " ଉପରେ 02 ଜୁଲାଇ , 2012 ଦିନାଙ୍କିତ ଆମର ମାଷ୍ଟର ପରିପତ୍ର ଡିବିଡିଓ. ଏଏମଏଲ. ବିସି. ସଂ. 11/14.01.001/2012-13 ର ଅନୁଚ୍ଛେଦ 2.6 ରେ ଉଲ୍ଲେଖ କରାଯାଇଛି |

16 ଡିସେମ୍ବର 2010 ଦିନାଙ୍କିତ ଭାରତ ସରକାରଙ୍କ ବିଜ୍ଞପ୍ତିରେ ବିଏସବିଡିଏ - କ୍ଷୁଦ୍ର ବା ସ୍ମଲ ଆକାଉଣ୍ଟ ନିମ୍ନଲିଖିତ ସର୍ତ୍ତଗୁଡିକ ଅଧୀନରେ ରହିବ:

  1. ଏପରି ଖାତାରେ ମୋଟ କ୍ରେଡିଟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଦ ନ ହେବା ଆବଶ୍ୟକ
  2. ଖାତାରେ ସର୍ବାଧିକ ବାଲାନ୍ସ ରାଶି କୌଣସି ସମୟରେ ବି ପଚାଶ ହଜାରରୁ ଅଧିକ ନ ହେବା ଆବଶ୍ୟକ ।
  3. କୌଣସି ମାସରେ ନଗଦ ଆହରଣ ଏବଂ ଅନ୍ତରଣ ଭାବରେ ମୋଟ ବିକଳନ (ଡେବିଟ), ଦଶ ହଜାର ଟଙ୍କାରୁ ଉର୍ଦ୍ଧ ନ ହେବା ଆବଶ୍ୟକ ।
  4. ସାଧାରଣ କେୱାଇସି ଔଉପଚାରିକତା ପୂରଣ ନ କରି ବିଦେଶୀ ପ୍ରେରିତ ଅର୍ଥ (ରେମିଟାନ୍ସ) କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟରେ ଜମା କରାଯାଇ ପାରିବ ନାହିଁ |
  5. କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟଗୁଡିକ ପ୍ରାରମ୍ଭରେ 12 ମାସ ପାଇଁ ବୈଧ ଅଟେ ଯାହାକି ଅନ୍ୟ 12 ମାସ ପର୍ଯ୍ୟନ୍ତ ବଢାଯାଇ ପାରେ ଯଦି ସେହି ବ୍ୟକ୍ତି ଜଣକ ଏକ ସରକାରୀ ଭାବରେ ମାନ୍ୟ ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବାର ପ୍ରମାଣ ପ୍ରଦାନ କରନ୍ତି ।
  6. କ୍ଷୁଦ୍ର ବ ସ୍ମଲ ଆକାଉଣ୍ଟଗୁଡିକ କେବଳ ବ୍ୟାଙ୍କଗୁଡିକର ସିବିଏସ ସଂଯୁକ୍ତ ଶାଖାଗୁଡ଼ିକରେ କିମ୍ବା ଏପରି ଶାଖା ଗୁଡ଼ିକରେ ଖୋଲାଯାଇପାରିବ ଯେଉଁଠାରେ ସର୍ତ୍ତଗୁଡିକର ପୂରଣ ହେବା ଉପରେ ବ୍ୟକ୍ତିଙ୍କ ଦ୍ଵାରା (ମାନୁଆଲୀ) ନଜର ରଖିବା ସମ୍ଭବ ଅଟେ ।
'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା'ରେ ମାଗଣାରେ ଉପଲବ୍ଧ ସେବାଗୁଡ଼ିକ ହେଉଛି - ନଗଦ ଜମା କରିବା ଏବଂ ନଗଦ ଆହରଣ, 'ରସିଦ'/ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଚ୍ୟାନେଲ ମାଧ୍ୟମରେ କିମ୍ବା ବ୍ୟାଙ୍କ ଶାଖା ଏବଂ ଏଟିଏମରେ ଚେକ ଜମା /ସଂଗ୍ରହ କରି ଅର୍ଥ ଜମା (କ୍ରେଡିଟ୍) କରିବା ।
'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା'ରେ ମାଗଣାରେ ଉପଲବ୍ଧ ସେବାଗୁଡ଼ିକ ହେଉଛି - ନଗଦ ଜମା କରିବା ଏବଂ ନଗଦ ଆହରଣ, 'ରସିଦ'/ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଚ୍ୟାନେଲ ମାଧ୍ୟମରେ କିମ୍ବା ବ୍ୟାଙ୍କ ଶାଖା ଏବଂ ଏଟିଏମରେ ଚେକ ଜମା /ସଂଗ୍ରହ କରି ଅର୍ଥ ଜମା (କ୍ରେଡିଟ୍) କରିବା ।
ଆଜ୍ଞା ହଁ, ତଥାପି, ସର୍ବନିମ୍ନ ନିର୍ଦ୍ଧାରିତ ସେବା ଠାରୁ ଅଧିକ ସେବାଗୁଡିକୁ ଅନୁମତି ଦେବାର ନିଷ୍ପତ୍ତି ବ୍ୟାଙ୍କଗୁଡିକର ବିବେଚନା ଉପରେ ଛାଡ଼ି ଦିଆ ଯାଇଛି, ଯିଏ ଅତିରିକ୍ତ ସେବା ମାଗଣାରେ ପ୍ରଦାନ କରିପାରିବେ କିମ୍ବା ଏକ ଉଚିତ ଏବଂ ସ୍ୱଚ୍ଛ ଭିତ୍ତିରେ ଅତିରିକ୍ତ ମୂଲ୍ୟଯୁକ୍ତ ସେବାଗୁଡିକର ମୂଲ୍ୟ ସଂରଚନା ସହିତ, ଏପରି ଆବଶ୍ୟକତାକୁ ନିର୍ଦ୍ଦିଷ୍ଟ କରିପାରିବେ ଯାହା ଗ୍ରାହକମାନଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରି ଭେଦଭାବଶୂନ୍ୟ ଢଙ୍ଗରେ କାର୍ଯ୍ୟକାରୀ କରାଯାଇ ପାରିବ । ବ୍ୟାଙ୍କଗୁଡିକ ମୂଲ୍ୟଯୁକ୍ତ ସେବାଗୁଡିକ ପାଇଁ ଏକ ଯୁକ୍ତିଯୁକ୍ତ ମୂଲ୍ୟ ସଂରଚନା ଗଠନ କରିବା କିମ୍ବା ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ସ୍ଥିର କରିବା ଆବଶ୍ୟକ, ଯାହାକି ସୁସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବା ଦରକାର ଏବଂ ତା ସହିତ ଖାତା ଖୋଲିବା ସମୟରେ ଗ୍ରାହକଙ୍କୁ ସୂଚିତ କରିବା ଆବଶ୍ୟକ । ଏହିପରି ଅତିରିକ୍ତ ସେବା ପ୍ରଦାନ କରିବା ସମସ୍ତ 'ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା' ଗ୍ରାହକଙ୍କ ପାଇଁ ଅଣ-ସ୍ଵେଛାକୃତ, ଭେଦଭାବ ରହିତ ଏବଂ ସ୍ୱଚ୍ଛ ହେବା ଉଚିତ । ତଥାପି, ଅତିରିକ୍ତ ସୁବିଧା ଯୁକ୍ତ ଏହିପରି ଖାତାଗୁଡିକୁ ବିଏସବିଡିଏ ଭାବରେ ଗ୍ରହଣ କରାଯିବ ନାହିଁ ।

ଆଜ୍ଞା ନୁହେଁ, ବିଏସବିଡିଏରେ ବ୍ୟାଙ୍କଗୁଡ଼ିକରୁ ଆଶା କରାଯାଏ ଯେ ସେ ସର୍ବନିମ୍ନ ଚାରିଟି ପ୍ରତ୍ୟାହାର ଏଟିଏମ୍ ଏବଂ ଅନ୍ୟାନ୍ୟ ମାଧ୍ୟମ ଯଥା ଆର୍ଟିଜିଏସ / ଏନଇଏଫଟି/ କ୍ଲିୟରାନ୍ସ / ଶାଖାରୁ ନଗଦ ପ୍ରତ୍ୟାହାର / ଅନ୍ତରଣ / ଇଣ୍ଟରନେଟ ଆହରଣ / ସ୍ଥାୟୀ ନିର୍ଦ୍ଦେଶ /ଇଏମଆଇ ଇତ୍ୟାଦି ମାଧ୍ୟମରେ ମାଗଣାରେ କିମ୍ବା ଦେୟ ସହିତ ଉପଲବ୍ଧ କରେଇବେ । ତେବେ ଯଦି ବ୍ୟାଙ୍କ ଅତିରିକ୍ତ ପ୍ରତ୍ୟାହାର ପାଇଁ ଦେୟ ଆଦାୟ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ବ୍ୟାଙ୍କ ଦ୍ୱାରା ଉଚିତ, ବିନା ପକ୍ଷପାତିତାରେ ଏବଂ ସ୍ୱଚ୍ଛ ଢଙ୍ଗରେ ମୂଲ୍ୟ ସରଞ୍ଚନା ପ୍ରସ୍ତୁତ କରାଯିବା ଉଚିତ ।

ବ୍ୟାଙ୍କଗୁଡିକ ବିନା ମୂଲ୍ୟରେ ଏଟିଏମ ଡେବିଟ କାର୍ଡ ପ୍ରଦାନ କରିବା ଉଚିତ ଏବଂ ଏପରି କାର୍ଡରେ କୌଣସି ବାର୍ଷିକ ଶୁଳ୍କ ଆଦାୟ କରିବା ଉଚିତ ନୁହେଁ ।
ଏଟିଏମରେ ମାଗଣାରେ ଦିଆଯାଉଥିବା ଚାରିଟି ଆହରଣ (ଉଇଥଡ୍ରୟାଲ) ରେ ଏଟିଏମ୍ ମାଧ୍ୟମରେ ବାଲାନ୍ସ ଯାଞ୍ଚ କରିବା କାର୍ଯ୍ୟ ଗଣନାଭୁକ୍ତ ହେବା ଅନୁଚିତ ।
ବିଏସବିଡିଏ ଖୋଲିବା ସମୟରେ, ଏଟିଏମ ଡେବିଟ କାର୍ଡ ରଖିବାର ପ୍ରସ୍ତାବ ଦିଆଯାଇପାରେ ଏବଂ ଯଦି ଗ୍ରାହକ ଲିଖିତ ଭାବରେ ସେଥିପାଇଁ ଅନୁରୋଧ କରନ୍ତି ତେବେ ଏଟିଏମ ଡେବିଟ କାର୍ଡ ପ୍ରଦାନ କରାଯିବା ଉଚିତ । ବ୍ୟାଙ୍କଗୁଡିକ ଏଭଳି ଗ୍ରାହକଙ୍କୁ ଏଟିଏମ୍ ଡେବିଟ କାର୍ଡ ନେବାକୁ ବାଧ୍ୟ କରିବା ଉଚିତ ନୁହେଁ ।
ବିଏସବିଡିଏ ଖୋଲିବା ବେଳେ ବ୍ୟାଙ୍କ ଗୁଡିକ ଏଭଳି ଗ୍ରାହକଙ୍କୁ ଏଟିଏମ୍ ଡେବିଟ କାର୍ଡ, ଏଟିଏମ ପିନ୍ ଏବଂ ଏହା ସହିତ ଜଡିତ ବିପଦ ବିଷୟରେ ଅବଗତ କରାଇବା ବାଞ୍ଛନୀୟ । ଯଦି ଗ୍ରାହକ ଏଟିଏମ ଡେବିଟ କାର୍ଡ ରଖିବା ସପକ୍ଷରେ ନାହାନ୍ତି, ତେବେ ବ୍ୟାଙ୍କଗୁଡିକ ଏଭଳି ଗ୍ରାହକଙ୍କୁ ଜବରଦସ୍ତ ଏଟିଏମ ଡେବିଟ କାର୍ଡ ଦେବାର ଆବଶ୍ୟକତା ନାହିଁ । ତେବେ, ଯଦି ଗ୍ରାହକ ଏଟିଏମ ଡେବିଟ କାର୍ଡ ପାଇବାକୁ ଇଚ୍ଛୁକ, ତେବେ ବ୍ୟାଙ୍କ ନିଜର ଅନ୍ୟ ଗ୍ରାହକଙ୍କୁ ଏଟିଏମ ଡେବିଟ କାର୍ଡ ଏବଂ ପିନ ହସ୍ତାନ୍ତର ପାଇଁ ଅନୁସରଣ କରାଯାଉଥିବା ପଦ୍ଧତିକୁ ଗ୍ରହଣ କରି ସୁରକ୍ଷିତ ବିତରଣ ଚ୍ୟାନେଲ ମାଧ୍ୟମରେ ଏହାକୁ ବିଏସବିଡିଏ ଗ୍ରାହକଙ୍କୁ ଉପଲବ୍ଧ କରାଇବା ଉଚିତ ।
ବିଏସବିଡିଏ ଖୋଲିବା ବେଳେ ବ୍ୟାଙ୍କ ଗୁଡିକ ଏଭଳି ଗ୍ରାହକଙ୍କୁ ଏଟିଏମ୍ ଡେବିଟ କାର୍ଡ, ଏଟିଏମ ପିନ୍ ଏବଂ ଏହା ସହିତ ଜଡିତ ବିପଦ ବିଷୟରେ ଅବଗତ କରାଇବା ବାଞ୍ଛନୀୟ । ଯଦି ଗ୍ରାହକ ଏଟିଏମ ଡେବିଟ କାର୍ଡ ରଖିବା ସପକ୍ଷରେ ନାହାନ୍ତି, ତେବେ ବ୍ୟାଙ୍କଗୁଡିକ ଏଭଳି ଗ୍ରାହକଙ୍କୁ ଜବରଦସ୍ତ ଏଟିଏମ ଡେବିଟ କାର୍ଡ ଦେବାର ଆବଶ୍ୟକତା ନାହିଁ । ତେବେ, ଯଦି ଗ୍ରାହକ ଏଟିଏମ ଡେବିଟ କାର୍ଡ ପାଇବାକୁ ଇଚ୍ଛୁକ, ତେବେ ବ୍ୟାଙ୍କ ନିଜର ଅନ୍ୟ ଗ୍ରାହକଙ୍କୁ ଏଟିଏମ ଡେବିଟ କାର୍ଡ ଏବଂ ପିନ ହସ୍ତାନ୍ତର ପାଇଁ ଅନୁସରଣ କରାଯାଉଥିବା ପଦ୍ଧତିକୁ ଗ୍ରହଣ କରି ସୁରକ୍ଷିତ ବିତରଣ ଚ୍ୟାନେଲ ମାଧ୍ୟମରେ ଏହାକୁ ବିଏସବିଡିଏ ଗ୍ରାହକଙ୍କୁ ଉପଲବ୍ଧ କରାଇବା ଉଚିତ ।

ହଁ ! ଅକ୍ଟୋବର 4, 2006 ତାରିଖ ଆମର ପରିପତ୍ର ଡିବିଡିଓ. ସଂ. ଏଲଇଜି. ବିସି. 32 /09.07.005 / 2006-07 ରେ ଥିବା ଆମର ନିର୍ଦ୍ଦେଶନାମା ଅନୁଯାୟୀ ବିଏସବିଡିଏ ଧାରକ ମାନଙ୍କୁ ବିନା ଶୁଳ୍କରେ ପାସବୁକ ସୁବିଧା ପ୍ରଦାନ କରାଯିବା ଉଚିତ ।

ବିଏସବିଡିଏ ଖୋଲିବା ସମୟରେ ଗ୍ରାହକଙ୍କଠାରୁ ଲିଖିତ ଆକାରରେ ସମ୍ମତି ପ୍ରାପ୍ତ ହେବା ଉଚିତ ଯେ ବିଏସବିଡିଏ ଖୋଲିବାର 30 ଦିନ ମଧ୍ୟରେ ତାଙ୍କର ବିଦ୍ୟମାନ ଥିବା ଅଣ -ବିଏସବିଡିଏ ସଞ୍ଚୟ ବ୍ୟାଙ୍କ ଖାତା ବନ୍ଦ ହୋଇଯିବ ଏବଂ ବ୍ୟାଙ୍କ 30 ଦିନ ପରେ ଏହିପରି ଖାତା ବନ୍ଦ କରିବା ପାଇଁ ସ୍ଵାଧୀନ ଅଟନ୍ତି ।
ବିଏସବିଡିଏରେ ଥିବା ବ୍ୟାଙ୍କଗୁଡିକ ଏଟିଏମ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସର୍ବନିମ୍ନ ଚାରିଟି ଆହରଣ ପ୍ରଦାନ କରିବା ଆବଶ୍ୟକ । ଚାରିଟି ଆହରଣ ପରେ, ବ୍ୟାଙ୍କ ଉପରେ ନିର୍ଭର କରେ ଯେ ସେ ଅତିରିକ୍ତ ଆହରଣ ବା ଟଙ୍କା ଉଠାଇବା ପାଇଁ ମାଗଣା କିମ୍ବା ଶୁଳ୍କ ଆଦାୟ କରିବ । ଅବଶ୍ୟ, ବ୍ୟାଙ୍କଗୁଡ଼ିକ ଏକ ଯୁକ୍ତିଯୁକ୍ତ, ଅଣ-ସ୍ଵେଛାକୃତ, ଭେଦଭାବ ରହିତ ଏବଂ ସ୍ୱଚ୍ଛ ଭାବରେ ମୂଲ୍ୟ ନିର୍ଦ୍ଧାରଣ ସରଞ୍ଚନା ପ୍ରସ୍ତୁତ କରିବା ଉଚିତ ।

ଜାନୁଆରୀ 25, 2012 ଦିନାଙ୍କିତ ପରିପତ୍ର ଡିବିଡିଓ.ଡିଆଇଆର. ବିସି. 75 / 13.03.00 / 2011-12 ରେ ସଞ୍ଚୟ ବ୍ୟାଙ୍କ ଜମା ସୁଧ ହାରର ଅବିନିମୟନ (ଡିରେଗୁଲେସନ୍) ଉପରେ ଥିବା ଆମର ନିର୍ଦ୍ଦେଶଗୁଡ଼ିକ, ‘ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା’ ରେ ଜମା ପାଇଁ ପ୍ରଯୁଜ୍ୟ ଅଟେ ।

DPSS. CO.CHD. No. 274/03.01.02/2012-13 dated August 10, 2012
ବିଏସବିଡିଏ ଗ୍ରାହକଙ୍କୁ ଦିଆଯାଉଥିବା ସର୍ବନିମ୍ନ ସୁବିଧା ଅନ୍ତର୍ଗତ ବିଏସବିଡିଏ ରେ ଚେକ୍ ବୁକ୍ ସୁବିଧା ଧାର୍ଯ୍ୟ କରାଯାଇ ନାହିଁ । ବ୍ୟାଙ୍କ ମାଗଣା ଚେକ ବୁକ ସୁବିଧା ସହିତ କୌଣସି ବି ଅତିରିକ୍ତ ସୁବିଧା(ଯେଉଁ କ୍ଷେତ୍ରରେ ଖାତା ବିଏସବିଡିଏ ରହିଥାଏ) କିମ୍ବା ଅତିରିକ୍ତ ସୁବିଧା ପାଇଁ ଶୁଳ୍କ (ଯେଉଁ କ୍ଷେତ୍ରରେ ଖାତା ବିଏସବିଡିଏ ନୁହେଁ) ଆଦାୟ କରିବା ପାଇଁ ସ୍ଵାଧୀନ ଅଟନ୍ତି ।

ସମସ୍ତ ବିଦ୍ୟମାନ 'ନୋ-ଫ୍ରିଲ୍ସ' ଆକାଉଣ୍ଟଗୁଡିକ ପରିପତ୍ର ତାରିଖ ଅର୍ଥାତ୍ 10 ଅଗଷ୍ଟ, 2012 ଠାରୁ ବିଏସବିଡିଏ ଖାତା ଭାବରେ ଗ୍ରହଣ କରାଯିବ ଏବଂ ପରିପତ୍ର ଅନୁଯାୟୀ ଗ୍ରାହକ ଯେତେବେଳେ ବି ବ୍ୟାଙ୍କ ସହ ଯୋଗାଯୋଗ କରିବେ, ବ୍ୟାଙ୍କ ନିର୍ଦ୍ଦିଷ୍ଟ ସୁବିଧା ଯଥା ବିଦ୍ୟମାନ ନୋ-ଫ୍ରିଲ୍ସ ଖାତାଧାରକଙ୍କୁ ଏଟିଏମ୍ କାର୍ଡ ପ୍ରଦାନ କରିବା ଇତ୍ୟାଦି ଦେଇ ପାରିବ । ତଥାପି, ସେହି ଗ୍ରାହକମାନଙ୍କ ପାଇଁ ଯେଉଁମାନେ ଆମର ସର୍କୁଲାର ଜାରି ହେବା ପରେ ନୂତନ ଖାତା ଖୋଲନ୍ତି, ସେମାନଙ୍କୁ ତୁରନ୍ତ ନିର୍ଧାରିତ ନିର୍ଦ୍ଦିଷ୍ଟ ସୁବିଧାଯୋଗାଇ ଦିଆଯିବା ଉଚିତ ।
ଆଜ୍ଞା ହଁ । ଏଭଳି ଗ୍ରାହକମାନେ ଲିଖିତ ଆକାରରେ ସେମାନଙ୍କର ସମ୍ମତି ଦେବା ଉଚିତ ଏବଂ ସେମାନଙ୍କୁ ବିଏସବିଡିଏ ରେ ଉପଲବ୍ଧ ସେବାଗୁଡିକର ବୈଶିଷ୍ଟ୍ୟ ଏବଂ ପରିମାଣ ବିଷୟରେ ଅବଗତ କରାଯିବା ଉଚିତ ।

Web Content Display (Global)

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?