RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498702
ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ ଗ୍ରାହକ ଶୁଳ୍କ / ଚ଼ାର୍ଜ – କୋହଳ ନୀତି

ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ ଗ୍ରାହକ ଶୁଳ୍କ / ଚ଼ାର୍ଜ – କୋହଳ ନୀତି

ନଭେମ୍ବର 18, 2016

ପଏଣ୍ଟ ଅଫ୍ ସେଲ୍ (ପିଓଏସ୍)ରେ ନଗଦ ଉଠାଣ – ଉଠାଣ ସୀମା ଓ ଗ୍ରାହକ ଶୁଳ୍କ / ଚ଼ାର୍ଜ – କୋହଳ ନୀତି

ନଭେମ୍ବର 14, 2016 ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଅନୁଦେଶ ଦେଇଥିଲେ ଯେ, ନଭେମ୍ବର 10, 2016 ତାରିଖଠାରୁ ଡ଼ିସେମ୍ବର 30, 2016 ତାରିଖ ଭିତରେ ସଂଚ଼ୟ ବ୍ୟାଙ୍କ ଜମାକାରୀଙ୍କ ଦ୍ୱାରା ସମସ୍ତ ଏ.ଟି.ଏମ୍.ରେ କରାଯାଇଥିବା କାରବାର ଉପରେ ଆଦାୟ କରାଯାଉଥିବା ଲେଭିକୁ ସବୁ ବ୍ୟାଙ୍କ କାରବାର କରାଯାଇଥିବା ସଂଖ୍ୟାକୁ ବିଚ଼ାରକୁ ନ ନେଇ ସମୀକ୍ଷା ଆଧାରରେ ଛାଡ଼ କରିବେ ।

ଅନ୍ୟ ଏକ ଗ୍ରାହକ ଭିତ୍ତିକ ପଦକ୍ଷେପ ସ୍ରୂପ, ଏହି ସୁବିଧା ପାଇଁ ଉପଯୁକ୍ତ ସବୁ କେନ୍ଦ୍ର ( I ରୁ IV ସ୍ତର)ର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଙ୍କ ପାଇଁ ପି.ଓ.ଏସ୍.ରେ ନଗଦ ଉଠାଣର ସୀମାକୁ ସମାନ ଭାବରେ ଦୈନିକ 2000 ଟଙ୍କା ରଖା ଯାଇଛି ଏବଂ (ii) ଏହିପରି ସମସ୍ତ କାରବାର ଉପରେ ଯଦି କୌଣସି ଗ୍ରାହକ ଶୁଳ୍କ ଆଦାୟ କରାଯାଉଥାଏ ତାହାକୁ ଡ଼ିସେମ୍ବର 30, 2016 ତାରିଖ ଯାଏ ପୁନଃସମୀକ୍ଷା ପର୍ଯ୍ୟଂତ ଉଠାଇ ଦିଆଯାଇଛି ।

ଏଠାରେ ସ୍ମରଣ କରାଇ ଦିଆଯାଉଛି ଯେ ରିଜର୍ଭ ବ୍ୟାଙ୍କ, ଅଗଷ୍ଟ 27, 2016 ତାରିଖର ରିପତ୍ର DPSS.CO.PD.No. 49/02.14.003/20145-16 ରେ ସ୍ତର I ରୁ II ପାଇଁ 1000 ଟଙ୍କା ଓ ସ୍ତର III ରୁ VI ର କେନ୍ଦ୍ର ମାନଙ୍କ ପାଇଁ ପଏଣ୍ଟ ଅଫ୍ ସେଲ୍ (ପି.ଓ.ଏସ୍.)ରୁ ନଗଦ ଉଠାଣକୁ 2000 ଟଙ୍କା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରିଥିଲା ।

ଅଳ୍ପନା କିଲାୱାଲା
ପ୍ରଧାନ ଉପଦେଷ୍ଟା

ପ୍ରେସ୍ ପ୍ରକାଶନ : 2016-2017/1255

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?