RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78467251
ଇମ୍ଫାଲ ଠାରେ ଆର.ବି.ଆଇ.ର ଉପକାର୍ଯ୍ୟାଳୟ ଉଦ‌ଘାଟନ

ଇମ୍ଫାଲ ଠାରେ ଆର.ବି.ଆଇ.ର ଉପକାର୍ଯ୍ୟାଳୟ ଉଦ‌ଘାଟନ

ଭାରତୀୟ ରିଜର୍ଭ ବ୍ୟାଙ୍କ
ଅକ୍ଟୋବର ୧୭,୨୦୧୫

ସଞ୍ଚାର ବିଭାଗ, କେଦ୍ରୀୟ କାର୍ଯାଳୟ
ଏସ୍.ବି.ଏସ୍. ମାର୍ଗ, ମୁମ୍ବାଇ-୪୦୦୦୦୧

ଇମ୍ଫାଲ ଠାରେ ଆର.ବି.ଆଇ.ର ଉପକାର୍ଯ୍ୟାଳୟ ଉଦ‌ଘାଟନ

ଭାରତୀୟ ରିଜର୍ଭ ବ୍ୟାଙ୍କ ଇମ୍ଫାଲ ଠାରେ ଏହାର ଉପ କର୍ଯ୍ୟାଳୟ ଅକ୍ଟୋବର ୧୭,୨୦୧୫ରେ ଖୋଲିଅଛି। ମଣିପୁରର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ.ଇବୋବି ସିଂ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ ଗଭର୍ଣ୍ଣର ଶ୍ରୀ ହାରୁନ୍‌ ଆର. ଖାନ ଇମ୍ଫାଲରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ କର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଉପ କର୍ଯ୍ୟାଳୟ ସହ ଯୋଗଯୋଗର ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା।

ଡାକ ଠିକଣା
ମହା ପ୍ରବନ୍ଧକ (ପ୍ରଭାରୀ ଅଧୀକାରୀ)
ଭାରତୀୟ ରିଜର୍ଭ ବ୍ୟାଙ୍କ
ଚେୟାରମ୍ୟାନ ବଙ୍ଗଲୋ (ହିଲ୍‌ ଏରିଆ କମିଟି)
ବିଧାନ ସଭା ବିପରୀତ ପାର୍ଶ୍ୱ
ଚିଙ୍ଗ୍ ମେୟିରଂ
ଲୀଲା ସିଂ ଖୋଗ ନାଙ୍ଗ ଖୋଗ, ଇମ୍ଫାଲ୍-୭୯୫୦୦୧
ମଣିପୁର

ଯୋଗାଯୋଗ
ଶ୍ରୀ ଟି. ହଜେଲ୍
ମହା ପ୍ରବନ୍ଧକ (ପ୍ରଭାରୀ ଅଧିକାରୀ)

ଭାରତୀୟ ରିଜର୍ଭ ବ୍ୟାଙ୍କର ଇମ୍ଫାଲ୍ କାର୍ଯ୍ୟାଳୟରେ ବିତ୍ତୀୟ ଅନ୍ତଃର୍ଭୁକ୍ତୀକରଣ ଓ ଉନ୍ନୟନ ବିଭାଗ, ଉପଭୋକ୍ତା ଶିକ୍ଷଣ ଓ ସଂରକ୍ଷଣ ପ୍ରକୋଷ୍ଠ ଓ ବଜାର ଆସୂଚନା ଏକକ ଆଦି ବିଭାଗଗୁଡିକ କାର୍ଯ୍ୟ କରିବ। ଇମ୍ଫାଲ୍ କାର୍ଯ୍ୟାଳୟ ଖୋଲିବା ଦ୍ୱାରା, ଉତ୍ତର ପୂର୍ବାଞ୍ଚଳର ସାତ ଗୋଟି ରାଜ୍ୟ ମଧ୍ୟରୁ ପାଞ୍ଚ ଗୋଟି ରାଜ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି। ରାଜ୍ୟର ଆର୍ଥିକ ଓ ବ୍ୟାଙ୍କ ସେବାର ଉନ୍ନତି କରଣ ନିମନ୍ତେ ଇମ୍ଫାଲ୍ କାର୍ଯ୍ୟାଳୟ ରାଜ୍ୟ ସରକାର, ନାବାର୍ଡ ଓ ଅନ୍ୟାନ ବ୍ୟାଙ୍କମାନଙ୍କ ସହ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟକରିବ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଇମ୍ଫାଲରେ ଏକ ନୂତନ କାର୍ଯ୍ୟାଳୟ ଖୋଲିବାର ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଯଥାଶୀଘ୍ର ସମ୍ଭବ ଅଣବ୍ୟାଙ୍କିଙ୍ଗ କ୍ଷେତ୍ର ଗୁଡିକରେ ବ୍ୟାଙ୍କର ଉପସ୍ଥିତି ରହିବା ଆବଶ୍ୟକ। ରାଜ୍ୟର ସମୂହ ବିକାଶ ନିମନ୍ତେ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ବ୍ୟାଙ୍କ ସମୂହ ଅଧିକ ସକାରାତ୍ମକ ଭୂମିକା ଗ୍ରହଣ କରିବା ପାଇଁ ସେ ମତ ପ୍ରଦାନ କରିଥିଲେ।

ଗ୍ରାମୀଣ ଆଧାରିତ ସଂରଚନା ଉନ୍ନୟନ ପାଣ୍ଠି (ଆର୍.ଆଇ.ଡି.ଏଫ୍) ଅଧିନରେ ବନ୍ୟା ନିୟନ୍ତ୍ରଣ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବେବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଆର୍ଥିକ ଆବଶ୍ୟକତା ଓ ବିତ୍ତୀୟ ଉନ୍ନତି ପାଇଁ ରିଜର୍ଭ ବ୍ୟାଙ୍କ ସଚେତନ ଥିବା ଉପ ଗଭର୍ଣ୍ଣର ଶ୍ରୀ ହାରୁନ ଆର. ଖାନ ଦର୍ଶାଇଥିଲେ, ଇମ୍ଫାଲରେ କାର୍ଯ୍ୟାଳୟ ଖୋଲାଯିବା ଏବଂ ମଣିପୁର ଭଳି ଛୋଟ ରାଜ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା, ଏ ଦିଗରେ ଏକ ପଦକ୍ଷେପ। ରିଜର୍ଭ ବ୍ୟାଙ୍କର ଭୂମିକା ଓ କାର୍ଯ୍ୟ ସ୍ପଷ୍ଟ କରିବା ପାଇଁ ଶ୍ରୀ ଖାନ କହିଥିଲେ ଯେ ପାହାଡିଆ ଅଞ୍ଚଳକୁ ଦୃଷ୍ଟିରେ ରଖି ଉତ୍ତର ପୂର୍ବ ରାଜ୍ୟମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅର୍ଥ ପ୍ରଦାନ ବ୍ୟବସ୍ଥା ପରିକଳ୍ପନା କାର୍ଯ୍ୟକାରୀ କରିବାକୁ ଯାଉଅଛି। ବ୍ୟାଙ୍କ ବିସ୍ତୃତିକରଣରେ ଉନ୍ନତି ହେବା ଆବଶ୍ୟକ। କୃଷିର ସମ୍ଭାବ୍ୟ ଉନ୍ନୟନ, ନିର୍ଦ୍ଦିଷ୍ଟ ଭାବରେ ଜୈବକୃଷି, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀ, ସଂଯୁକ୍ତି ସ୍ୱାର୍ଥ ଗୋଷ୍ଠୀ ଏବଂ ଲୁକ ଇଷ୍ଟ ପଲିସି ଅଧୀନରେ ରପ୍ତାନୀ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଶାଖା ଏବଂ ସେଗୁଡିକର ବ୍ୟବସାୟିକ ସଂସ୍ଥା ଗୁଡିକ ଦ୍ୱାରା ବ୍ୟାଙ୍କିଙ୍ଗ୍ ସେବାର ଉନ୍ନତିକରଣ ପାଇଁ ସେ ଡିଜିଟାଲ ସଂଯୋଗୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ଅଲ୍ପନା କିଲାୱାଲା
ପ୍ରଧାନ ମୁଖ୍ୟ ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ:୨୦୧୫-୨୦୧୬/937

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?