ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଜଲ୍ରେ ଉପ କାର୍ଯ୍ୟାଳୟ ଖୋଲିଅଛି
ଭାରତୀୟ ରିଜର୍ଭ ବ୍ୟାଙ୍କ ସଞ୍ଚାର ବିଭାଗ, କେନ୍ଦ୍ରୀୟ କାର୍ଯ୍ୟାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଜଲ୍ରେ ଉପ କାର୍ଯ୍ୟାଳୟ ଖୋଲିଅଛି ମିଜୋରାମ ରାଜ୍ୟର ତୁରନ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଆଇଜଲ ଠାରେ ଏକ ଉପ କାର୍ଯ୍ୟାଳୟ ଖୋଲିଅଛି। ମିଜୋରାମ ମୁଖ୍ୟମନ୍ତ୍ରୀ ପୁ ଲାଲ ଥାନହାୱଲା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଡ. ରଘୁରାମ ଜି.ରାଜନ୍ ଏହି ଉପ- କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ବିତ୍ତୀୟ ଅନ୍ତଃର୍ଭୁକ୍ତୀକରଣ ଓ ଉନ୍ନୟନ ବିଭାଗ (ଏଫ୍.ଆଇ.ଡି.ଡି), ବଜାର ଆସୂଚନା ପ୍ରକୋଷ୍ଠ ଏବଂ ଉପଭୋକ୍ତା ଶିକ୍ଷଣ ଓ ସଂରକ୍ଷଣ କୋଷକୁ (ଅଭିଯୋଗକାରୀମାନଙ୍କ ପାଇଁ) ନେଇ ଏହି ଉପ କାର୍ଯ୍ୟାଳୟ ଗଠିତ। ଏହି ଉପ-କାର୍ଯ୍ୟାଳୟ ସହ ଯୋଗାଯୋଗର ଠିକଣା : ଉପ ମହା ପ୍ରବନ୍ଧକ (ପ୍ରଭାରୀ ଅଧିକାରୀ), ଯୋଗାଯୋଗ : ସଙ୍ଗୀତା ଦାସ ସମ୍ୱାଦ ପ୍ରକାଶିତ: ୨୦୧୫-୨୦୧୬/୯୨୦ |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: