ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ପ୍ରାଧିକୃତ ବ୍ୟାଙ୍କ ଶାଖାଗୁଡିକରେ ଅଗ୍ରୀମ ଆୟକର ଦେୟ ପ୍ରଦାନ କରନ୍ତୁ
ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ପ୍ରାଧିକୃତ ବ୍ୟାଙ୍କ ଶାଖାଗୁଡିକରେ ଅଗ୍ରୀମ ଆୟକର ଦେୟ ପ୍ରଦାନ କରନ୍ତୁ ନିର୍ଦ୍ଧାରିତ ଦେୟ ତାରିଖର ଯଥେଷ୍ଟ ଆଗରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କରଦାତାମାନଙ୍କୁ ସେମାନଙ୍କର ଆୟକର ଜମା କରିବା ନିମନ୍ତେ ଅପିଲ କରିଅଛି । ଏହା ମଧ୍ୟ କୁହାଯାଇଛି କି କରଦାତାମାନେ ଚୟନମୂଳକ ଏଜେନ୍ସି ବ୍ୟାଙ୍କ ଶାଖାଗୁଡିକରେ କିମ୍ବା ସେହି ବ୍ୟାଙ୍କଗୁଡିକରେ ଅନଲାଇନରେ ଦେୟ ପ୍ରଦାନ କରୁଥିବା ସୁବିଧା ଭଳି ବିକଳ୍ପ ମାଧ୍ୟମରେ ମଧ୍ୟ ଦେୟ ପ୍ରଦାନ କରିପାରିବେ। ଏହା ପରିଲିକ୍ଷିତ ହୋଇଛି ଯେ, ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ଶେଷରେ ଆୟକର ରାଶି ଜମା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଅତ୍ୟଧିକ ଭିଡ ହୋଇଥାଏ ଓ ଯଦିଓ ଏହି ଉଦ୍ଦେଶ୍ୟରେ ଯଥାସମ୍ଭବ ଅତିରିକ୍ତ କାଉଣ୍ଟରଗୁଡିକ ଉପଲବ୍ଧ ଅଛି ତଥାପି ଆୟକର ଗ୍ରହଣ ଓ ରସିଦ ପ୍ରଦାନ କାର୍ଯ୍ୟର ଚାପ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷେ ଅଧିକ ହୋଇଥାଏ । ଆୟକର ଦେୟ ଗ୍ରହଣ କରିବା ପାଇଁ ନିମ୍ନଲିଖିତ 29ଟି ଏଜେନ୍ସି ବ୍ୟାଙ୍କମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି ।
ଅଜିତ ପ୍ରସାଦ ସମ୍ବାଦ ପ୍ରକାଶିତ : 2015-2016/1142 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: